ଭୂଜି

ଲେଖକ – କୁମାର ଶାଶ୍ୱତ

ଆଜି ସକାଲୁ ପରଦୀପ ଜଲଦି ଉଠିଛେ | ଉଠି କରି ଇଟା ଗାଧା ପାଧା ବି ସାରି ଦେଲା ନ | ତାର ପଡା ର ରାମ ମନ୍ଦିର ନେ ଆଜି ଭୂଜି ଟେ ଅଛେ | ବାବୁ ଇଟା ବସି କରି ଟିଭି ଦେଖୁଛେ, ଭୁଜି ସମିଆ ହେଲେ ଖାଇ ଯିବା ।

” ଏ ପରଦୀପ, ହେଦେ ବବଲୁ ଡାକି ଆଏଲା ନ। ବାବା ଡକେଇ ପଠେଇଛନ ପରେ। ଯା ପୁତା ଯା , କାଣା କାମ ଥିବା ଯେ ବାବା ହରବରାଉଛନ । ” – ଇଟା ପରଦୀପ ର ଜେଜେମା ତାକେ କହେଲା । “ବବଲୁ ଦା ଭିତର କେ ନାଇଁ ଆଏଲେ କେଁ?” – ପରଦୀପ ପଚରାଲା । “ନାଇଁ ତ ବୁଆ , ମୁଇଁ ବାଟେ ଅଛେନ ହେତାକେ ଜଲଦି ପଠ ବଏଲା ମତେ” – ଜେଜେମା ପରଦୀପ କେ ରାପି କୁରି ଦଉନ ଦଉନ କହେଲା ।

ରାମ ମନ୍ଦିର ର ଅନ୍ନ ଭୁଗ ର ସୁଆଦ ର ଚର୍ଚା ପୁରା ଟାଉନ ସାରା | କେନ କେନ ପଡା ନୁ ଆଏସନ ଭକତ ମାନେ | ବାର ମାସ କେ ତେର ପରବ, ଆରୁ ସବୁ ପରବ ର ଆଖ ପାଖ ପଡସି ଗୁଟେ ଭୂଜି | ତାର ବାହାରେ ଫେର କେତେ ଲୋକ ମନ୍ଦିର ନେ ପୂଜା ଧଯା କରାଉ ଥିସନ | ଜେଜେମା କହେସି –  ” ସାଧୁ ସୁଜନ ମାନକର ସଂଗେ ବସି କି ପ୍ରସାଦ ପାଇବାର ଟା ଭାଗ୍ୟର କଥା | ସେ ସାଧୁ ଆଉ ଭକତ ମାନକର ସେବା କରି ଲାଗବାର ଟା କେଡେ ପୁଣ୍ୟ ରେ ବାବୁ | ”

ପରଦୀପ ମନ୍ଦିର କେ ଢୁକୁନ ସାରି ହି ବାବା କେ ଦେଖଲା | ଏକ ବାଜଲା ବଲି ବାବା ଆରତୀ ଲାଗି ରେଡି ହେଇ ବସୁଥିଲେ |  ବାଲଟିନ ମାନକୁ ତୁନ ତରକାରୀ ମାନେ ସଜ କରି ଦିଆ ହେଇଛେ | ସରୁ ଅରୁଆ ଚାଉଲ ର ଭାତ, ମୁଷୁରୀ ଡାଏଲ, ଆମ୍ବିଳ ଖଟା, ଆଲୁ ଫୁଲକୁବି ରସା, ରାଏସଖଡା ଶାଗ ଆଉ ବହଲ ଖିରି | ଆରୁ ଗୁଟେ ପରାତ ରେ ରସଗୁଲା ରଖା ହେଇଛେ | ଏନତା ରକମେ ସଜା ହେଇଛେ ଯେ ଦେଖି ଦେଲେ ହି ଲାହା ଥିପି ଯିବା | ପରଦୀପ ଭୋକ ଅଟକେଇ କି ରଖିଛେ, ସମସ୍ତଙ୍କୁ ବାଢ଼ି ସାରଲେ ମନ୍ଦିର ର ଲୋକ ବାକ ଆଉ ତାର ଗ୍ରୁପ ଖାଇ ବସବେ |

ଆରତୀ ସରିଛେ, ବାବା ସମକୁ ବାରଣ୍ଡା କେ ବସବାର ଲାଗି ପଠେଇ ଦଉଛନ | ମନ୍ଦିର ର ବାରଣ୍ଡା ର ଗୁଟେ ସାଇଡ଼ ବସିଛନ ବାବା ବୈଷ୍ଣବ ଆଉ ପିଲା ମାନେ | ଆର କୁନେ ବସିଛନ ଝି,ବହୁ ଆଉ ବୁଢ଼ୀ ମାନେ | ବାରଣ୍ଡା ମଝି ଥି ଦୁଇ ଟା ଲାଇନ ରେ ବାକି ଅଗଲି ଗଲା ଲୋକ ମାନେ ବସିଛନ | ଖୁସୁର ଫୁସୁର ଗପ ସପ ଚାଲିଛେ , କିଏ କେତେ ବେଲେ ଆସଲା, କିଏ କେତେ ଦିନ ପରେ ଭେଟ ପଡ଼ଲା, ଆର ଥର କେନ ନ ଭେଟ ପଡ଼ିଥିଲେ ଆଉ କାଣା କରିଥିଲେ – ଇ ସବୁ ଚର୍ଚା ଚାଲିଛେ ଲୁକ ମାନକର ଭିତରେ |, ପରଦୀପ ଖଲି ଦନା ପକେଇ ଦେଲା |ମନ୍ଦିର ର ବାକି ଷ୍ଟାଫ ମାନେ ଗୁଟେ ଗୁଟେ କରି ଖାନା ଦରବ ବାଢି ଗଲେ | ହରିବୋଲ ଧୁନି ପଡିଲା ଆଉ ଖାନା ଆରମ୍ଭ ହେଲା | ବାବା ବୁଲି ବୁଲି ଦେଖୁ ଥାନ, କାହା କେ କଣ ଦରକାର କେଁ , କେନ ନ କାନା ଦିଆ ହେଇଛେ କି ନାଇଁ ବଲି |

ପହେଲା ଥରର ଡାଏଲ ଖଟା ସରବାର ଆଘରୁ ହିଁ ଦନା ମାନେ ପେକ କରି ଦିଆ ହଉ ଥାଏ | କାହାକେ ଆମ୍ବିଳ ଭଲ ଲାଗୁ ଥାଏ , ତ କିଏ ଶାଗ ମାଗି ମାଗି ଦୁଇ ତିନ ଥର ଖାଉ ଥାଏ | ଅଇଁଠୁ ଭଣ୍ଡାରୀ ତାର ନାତି ମାନକର ଲାଗି ଖିରି ନେଇ ଦେବା ବଲି ଗିଲାସ ଗୁଟେ ରେ ବେଶୀ କରି ଟିକେ ମାଗି ଥାଏ | ତାର ଘରେ ଏନ୍ତା ଖାନା କେନ ବର୍ଷେ ଥରେ ସିନା ହେସି | ମାରୱାଡି ଘରର ବୁହାସେନ ତାର ଜେଠେନ କେ କହୁଥାଏ – ” ଯେତେ ହେଲେ ବି ଇ ଭୁଗ ର ସୁଆଦ ଗୁଟେ ଅଲଗା ଆଏ | ବାହାରିଆ ଖାନା ଯେତେ ବି ଖ ନି ଯେ , ବିନା ପିଆଜ ଲେସୁନ ଵାଲା ଏତେ ବଢିଆ ଖାନା କାହିଁ ପାଏବ | ” ବିଶ୍ୱାଲେନ ଯେ ଇଟା କେଡେ ଉସତ ହେଇ ଯାଉଛନ, ଇ ଭୂଜି କେ ଆସଲେ ବଲି ତାଙ୍କର ମକର କେ ଫେର ଘାଏ ଭେଟଲେ | ଦୁହେଁ ପାଖେ ପାଖେ ବସିଛନ, ଭାତ ଗୁଣେ ଗୁଣେ ଖାଉଛନ ଆଉ ପୂର୍ବର କଥା ମାନେ ଟିକେ ଟିକେ ମନେ ପକେଇ କି ହସି ଦଉଛନ | ତଲି ପରା ର MLA ବାବୁ ଜେ ଆଜି ପହେଲା କରି ଇଟା ଖାଇଛନ ରାମ ମନ୍ଦିର ର ଖାନା | ଇତାର ପରେ ଯେଭେ ଭୂଜି ଭୁଜା ହେଲେ ମନ୍ଦିର ଆଡେ ଆସବେ ବଲି ଭାବି ନେଇଛନ | ଗୁଟେ ଭୂଜି ନିଜେ ଆୟୋଜନ କରେଇ ବଲବେ ବଲି ବାବା ନେ କଥା ହଉଛନ |

ମନ୍ଦିର ଷ୍ଟାଫ ମାନେ ଖାଇ ବସଲା ବେଲେ ଲେଟ ହେଲା | ଶାଗ ବି କମ ପଡଲା | କିନ୍ତୁ ହେଟା ହେତକି କିଏ ଦେଖିଛେ , ଭଲେ ଭଲେ ଯାହା ହଉ ଭୂଜି ଟା ପଟଲା |  ଖାଇ ବସଲା ବେଲେ କିଏ କେତେ ଖାଇ ପାରଲା, କିଏ କେତେ ଜଲ୍ଦି ପର୍ସି ପାରଲା, ଆଉ କାହାର ଭାଗେ କେନ ତୁନ ଶାଗ ଅଧିକା ପଡଲା – ଇ ସବୁ କେ ନେଇ କରି ଖିଜାଖିଜି ଆଉ ଥଟା ତାମସା ଚାଲି ଥାଏ | ରନ୍ଧା ଘରର ବାରଣ୍ଡା ଆମିଲ ହାପରିବାର ଆବାଜ, ଗିନା ତାସନି ର ଖୁଡୁନ ଖାଡୁନ, ଆଉ ମନ୍ଦିର ର ଷ୍ଟାଫ ମନକର କଥା ବାର୍ତା ର ଆବାଜ ରେ ଚହକି ଉଠୁଥାଏ |

ମନ୍ଦିର ର ଇ ଭୂଜି ର ମାହୋଲ ଗୁଟେ ଅଲଗା ଆଏ | ସତେ ଯେନ୍ତା ଇ ମହା ପରସାଦ ଟା ଇ ଭକତ ମନକୁ ଜୁଡ଼ି କି ରଖିଛେ | କାଏଁ ଧନୀ , କାଏଁ ଗରିବ, କାଏଁ ଉଚ୍ଚ କାଏଁ ନୀଚ – ଇ ଭୂଜି ଟା ସମକର ଲାଗି | ସଭେ ଗୁଟେ କୁଟୁମ ବାଗିର ଖାଇ ବସବେ, ଯାହା ଯେତକି ବନି ଥିବା, ଉସତ ହେଇ କି ଖାଇବେ | ନିଜର ନିଜର ଭେଦ ଭାବ, ସୁଖ ଦୁଃଖ ଭୁଲି କରି ଇ ଘଡ଼କ ସଭେ ହସା ଗିଜରା ରେ ବିତେଇ ଦେବେ | ନୂଆ ଭେଟଲା ଲୁକେ ଚିନ୍ହା ହେଇ ଯିବେ, ବନ୍ଧୁ ବାନ୍ଧବ ଯେ ଆହୁରି ନିଜର ହେଇ ଯିବେ |

ଭୂଜି ର ଇ ଛୋଟ ଛୋଟ ଜିନିଷ ମାନେ ଗପ ହେଇ କି ରହି ଜେସି | ପରେ ମନେ ପକେଇ କି ଲୁକେ ଉସତ ହେସନ | ଉସତ ଟା ଖାଏଲା ଵାଲା ର ବି, ଖାଇବାର କେ ଦେଲା ବାଲାର ବି ଆଉ ଖାଇ ଡାକି ଥିବାର ବାଲାର ବି | ହେତିର ଲାଗି ପରେ , ଆମର ପରଦୀପ କେ ଭୂଜି ବେଲେ ବଡା ଗହକି |

 

 

Advertisements

ମନର ରଜା

ଲେଖକ – କୁମାର ଚିନ୍ମୟ

ବୈଶାଖ ମାସର ମଏଧାନ – ଅନୁଭବ ବାବୁ ଘରେ ବସି କରି କାଣା ସବୁ ଲେଖୁଥାନ | ଏତକି ବେଲିଆ କଲିଂ ବେଲ ବାଜଲା | ଆଏଲେ ଆର ଦେଖଲେ ଯେ ପୋଷ୍ଟମେନ ଗୁଟେ ନିଲିଆ ଲଫାପା ବଢ଼େଇ ଦେଲା ଅନୁଭବ ବାବୁର ହାତକେ | ଅନୁଭବ ବାବୁ ଦେଖଲେ, ସୁନ୍ଦର ଚିଠିଟେ ଆଇଛେ – ତଲେ ଲେଖା ହେଇଛେ – ” ଇତି, ତୁମର ମନର ରାନୀ ” | ଅନୁଭବ ବାବୁ ହେତୁ କଲେ | କିଏ ହଇପାରେ ଇ ମନର ରାନୀ – ତାଙ୍କର ରାନୀ ତ ଘର ଭିତରେ | ଆରୁ କିଏ ହଇପାରେ ଇ ମନର ରାନୀ – ହେତକେ ଗୁଟେ ନିଶ୍ୱାସେ ପଢି ବସଲେ ଚିଠିକେ ……

…… …… …..  …..  ……  …… ….  ……  ……  ……..

ମନର ରଜା !
ପହଲେ ଜୁହାର କରୁଛେ – ମତେ ଆଶୀର୍ବାଦ ଦିଅ | ତୁମେ ନିଶ୍ଚେ ଅଡ଼ୁଆନେ ପଡି ଯାଇଥିବା ଇ ‘ମନର ରାନୀ’ର ଚିଠିଟାକେ ଦେଖି କରି | ମୁଇଁ ଜାନିଛେନ, ତୁମର ରାନୀଟେ ଅଛେ, ଛୁଆ ପିଲା ବି ଅଛନ ବଲି କରି – ହେଲେ ସବୁ ଜାନିକରି ବି ମୁଇଁ ତୁମର ମନର ରାନୀ | ମୋର ତନମନ ସବୁ ତୁମକେ ସଂପି ଦେଇଛେନ – ତମେ ମୋର ମନର ରଜା / ଦେବତା | ଇ ମନଟା, ଦିହିଟା ଭି ତମର ଆଏ |

ତମକୁ ଫିରେଇ ନଉଛେଁ ଠିକ ୬ ମାସ ତଲକେ – ହେ’ଟା ୧୦ ବାଜିଥାଏ – କଲେଜ ଛକେ ଗୁରଦୁ ଭିଡ଼ – ମୁଇଁ ସାଇକିଲେ ଯାଉଥାଏଁ କଲେଜ କେ – ଏନ୍ତା ସମିଆଥି ମୋର ପଛ ଆଡୁ ଗୁଟେ ଟ୍ରକ ନରଦି ଆଏଲା, ଆର ମୋତେ ଧକ୍କା ଦେଇ ଦେଲା – ହେତକେ ଆର ମୋର ହୋସ ନେଇଁ ଥାଇ କି ମୁଇଁ କିଛି ନାଇଁ ଜାନି |

ତାର ଉତାରୁ ତମେ ଯାହା କରିଛ ମନର ରଜା, ମୁଇଁ ନାଇଁ ଭୁଲି ପାରେ – ମୋର ଜୀବନ ବଂଚେଇଛ | ମତେ ହସପିଟାଲ ନେଇଛ – ସେନ ରକତ ଭି ଦେଇଛ | ମୋର ଘରକେ ଖବର ଭି ଦେଇଛ – ଘରର ଲୁକେ ଆଇଛନ, ପଛେ ମୋର ମାଁ ମତେ ସବୁ କଥା କହିଛେ | ଆଏଜ କାଏଲ କିଏ କା’ର ଲାଗି ହେତକି କରବା, କହତ ? ମୋର ଯେତେବେଳେ ଆଏଁଖ ଖୁଲଲା, ତମକେ ମୁଇଁ ପହେଲା ଦେଖଲି – କେତେ ସୁନ୍ଦର ତୁମର ଚେହେରା ତୁମର ଆଏଁଖ ଦୁଇଟାଥି ତ ଯାଦୁ ଅଛେ – ତୁମର ସୁନ୍ଦର ନିର୍ବିକାର ଚେହେରାକେ ମୁଇଁ ସତେ ଭୁଲି ନାଇଁ ପାରେ |

ହେତକେ ମୁଇଁ ତୁମର ବାବଦେ ସବୁ ଜାନଲି – ମୁଇଁ ଜାନଲି, ତୁମେ ବିହା ଚୁରା ହେଇଛ ବଲି | ହେଲେ ଭି କେନ୍ତା ଯେ, ମୋର ଇ ଅମାନିଆ ମନଟା ନେଇ ମାନୁଛେ | ଏନତା ଲାଗୁଛେ ସତେ ଯେନ୍ତା ତୁମର ଉପରେ ମୋର ଅଧିକାର ଅଛେ – ତୁମର ମୋର ଯେନ୍ତା ସାତ ଜନମର ଭାବ ଅଛେ – ତୁମକୁ ମୁଇଁ ଭଲ ପାଇ ବସିଛେଁ | ଇ ମନ, ଇ ଦିହି କାଣା ଇ ଜୀବନ ଭି ସଂପି ଦେଇଛେନ |

ମୋ ଇ ଚିଠି ପାଇକରି ତୁମକୁ ଅଡୁଆ ଲାଗି ପାରେ – ହେଲେ ଭି ଘେ ଆଇ କରି ମୋତେ ଦେଖା ଦେବ – ଗୁରଦୁ କହେମି କହେମି ବଲୁଛେଁ – ଆଏବ ରଜା, ମୋତେ ନିରାଶ ନାଇଁ କରବ | ରହୁଛେନ |

|| ଇତି ||
” ତୁମର ମନର ରାନୀ ”
…… …… ……. ……. ……. ……. …… …….. …….

ଅନୁଭବ ବାବୁ ଚିଠି ପଢିକରି କାଣା କରବେ କିଛି ଭାବି ନାଇଁ ପାରଲେ | ତାଙ୍କର କବି ମନ ଦୁହୁଲି ଗଲା, ଭାଵଲେ – ଥରେ ଜାଇକରି ଭେଟ ହେତେ କାଏଁ ଇ ମନର ରାନୀ ସଂଗେ , କେତେ ଭାବ ଆର ସସେ ମନ ଭିତରେ ରଖିଛେ ଯେ ଦେଖତେ |
ହଁ ଯିବାର କେ ତ ପଡ଼ବା ଏକା…..!

ଜେଜେମା’

ଲେଖକ – କୁମାର ଶାଶ୍ୱତ

” ପରଦୀପ !…ଏ ପରଦୀପ …ଉଠ ଗା ବାବୁ.. ପାହାଁତିଆ ହେଲା ରେ…ଉଠ ପୁତା…ମୁଇଁ ମନ୍ଦିର ଜିମି “, ପରଦୀପ ର ଜେଜେମା ବୁଢ଼ୀ ତାକେ ଇଟା ଉଠାଉଛେ | ଅଧା ଖୁଲା ଆଖିରେ ପରଦୀପ ଦେଖଲା – ଘାଏ ବୁଢ଼ୀ କେ, ଆରୁ ଘାଏ ଘଡି କେ | ଘଡି ରେ ପାଞ୍ଚ ବାଜଲା ନ | ” ଉଠଲି ନ ଗୋ’ ମାଁ, ତୁଇ ମନ୍ଦିର ବାହାର” , ପରଦୀପ ଆଏଖ ଖୁଜେଇ ଖୁଜେଇ କହେଲା | ବୁଢ଼ୀ ଫୁଲ ଡାଲା ଆଉ ପ୍ରସାଦ ଧରିକରି ମନ୍ଦିର ବାହାରି ଗଲା | ବାହାରି ଗଲା ବେଲେ କହି ଗଲା – ବାବୁରେ ବାଲଟିନେ ପାଏନ ଗରମ କରି ଦେଇଛେନ, ଜଲ୍ଦି ବନ୍ଦ କରବୁ ଆରୁ ଗାଧି ଦେବୁ | କରମି ଯେ – ପରଦୀପ କବାଟ ବନ୍ଦ କରୁଁ କରୁଁ କହେଲା | ପରଦୀପ ଉଠି କରି ତାର କାମଧାମ ଗୁଧାପୁଧା ସାରଲା, ଆରୁ ବାହାରି ଗଲା ଯୋଗ ଆସନ କରି ଲ’ କଲେଜ କେ |

ଛୁଆ ଦିନୁ ହିଁ ପରଦୀପ ବଏଲେ ବୁଢ଼ୀ କେଡେ ଗହକି | କାଣା ଖାଏଵା, କାଣା ପିନ୍ଧବା, କେତେ ପାଏନ ହେଲେ ବାବୁ କେ ଜର ହେଇ ଯିବା – ବୁଢ଼ୀ ସବୁ ଖବର ରଖି ଥିସି | ଛୁଆ ଦିନୁ ପ୍ରଦୀପର ସବୁ କରିଛେ ପରେ | ଜର ହେଲେ, ଥଣ୍ଡା ଧରଲେ ଗୁଡ଼େ ହାଲ୍କା ଉଷୁମ ସୁରସୋ ତେଲ ମାଲିସ କରି ଦେବା | ପେଟ ଖରାପ ନାଇଁ ହେବା ବଲି ସକାଳୁ ଲେମ୍ବୁ ପାଏନ ଆରୁ ଇସବଗୋଲ ଗୁଲି କରି ରଖି ଦେଇ ଥିସି | ଖାନା ରେ କେନ ତୁନ,ଖଟା ଆଉ ଶାଗ ପରଦୀପ କେ ଭଲ ଲାଗସି – ସେଟା ବରାଦ କରି କରି କରେଇ ବଲିଥିବା | ପରଦୀପ ନିଜେ ବି ହେତକି ନାଇଁ ଜାନେ | ବିଚରା ବେଡା ଟା – ଖାନା ଦେଖଲେ ଖାଇ ଦେଶି, ମନା ନାଇଁ କରେ – ଜେଜେମା ନାଇଁ ଥିଲେ କେନ୍ତା କରତା ଗା !

ଜେଜେମା ନିୟମ ନିଷ୍ଠା ବହୁତ ଟେ ମାନସି, ପୂଜା-ଧଜା ତୀର୍ଥ-ବାର୍ଥ ନ ତାର ଜୀବନ | ପରଦୀପ କେ ବି ଶିଖେଇଛେ କେତେ ଟା ଜିନିଷ | ଯେନ ମନ୍ଦିର ଗଲେ ନେଇକରି ଯାଏସି, ମହାପୁରୁ ନେ ତାର ପୂଜା କରାସି | ମନ୍ଦିର ରେ ଯେନ ବଡ଼ବଡ଼ିଆ ଗୁରୁଜନ କେ ଦେଖଲେ ପରଦୀପ ସିଧା ମୁଣ୍ଡିଆ ମାରସି, ସମସ୍ତେ ଆଶୀର୍ବାଦ ଦେସନ ଆରୁ କେତେ ବଢିଆ ପିଲା ଟେ ଗା ବଲି କହେସନ – ଦେଖବ ତମର ନାତି କେଡେ ବଡ଼ ଲୋକ ଟେ ହେବା ଗୋ , ତମକୁ କେଡେ ସୁଖେ ରଖବା ବଲସନ – ହେଟା ସୁନି କି ଜେଜେମା କେଡେ ଘାଏ ଉସତ ହେଇ ଯାଏସି | ତୁମର ମାନକର ହାଥ ଥାଉ ତ ଇତାର ଉପରେ – ଜେଜେମା କହେସି |

ପରଦୀପ କେ ନେଇ କରି ତାର କେତେ ଗରବ – ଆମର ପରଦୀପ କାହା କେ କିଛି ନାଇଁ କହେ, କହେଲା କଥା ମାନସି, ତାର କାମ ଟା କରସି, ଅରଷ୍ଟି ବି ନାଇଁ କରେ ଇଟା ସେଟା ଘିନି ଦିଅ ବଲି – ଜେଜେମା ଇଟା ବାକି ମାନକୁ ସୁନାଉଥିସି | ଅଧେ ଲୋକ ସୁନସନ ଆଉ ଉସତ ହେସନ, ଆର ଅଧେ ଜେ ମନେ ମନେ ଭାବୁଥିସନ – ଖୁଓ ଇଟାର ନାତି ନ ଅଗାଧରର ଟା ଗୁଟେ ଜେ, ସବୁ ଯାନିଛେ, ଆମର ପିଲା ମାନେ କାଣା ଖାର କେଁ ? ଜେଜେମା ବୁଢ଼ୀ ଲୁକର ମନର କଥା ଜାଣି ନାଇଁ ପାରେ | ପରଦୀପ କେ ଯେନ୍ତା ସମସ୍ତେ ଭଲ ଭାବ ଟେ ରଖି ଥାଉନ, ଦୁଃଖେ ସୁଖେ ପାଖେ ଥାଉନ – ହେତକି ନ ବୁଢ଼ୀର ଆଶା |

ପିଲା ହିସାବେ ଆମର ପରଦୀପ ଭି ସୁତର ପିଲା ଟେ, ତାର ଜେଜେମା କେ କେତେ ଭଲ ପାଏସି | ଜେଜେମା ଉପାସ କଲେ ପରଦୀପ ଗୋଡ଼ ହାତ ରଗଡି ଦେଶି | ଜେଜେମା ଖାଏଵା ବଲି ସାଇକିଲ ରେ ଭୁଜା ଆନି ଯାଏସି | ସକାଲୁ ଜେଜେମା ଲାଗି ଟଗର ମନ୍ଦାର ଫୁଲ ତୁଲି ଦେଶି ଘାଏ ଜଲ୍ଦି ଉଠି କରି | ଜେଜେମା ର ଏନ୍ତା ସେ ବି ନିୟମ ନିଷ୍ଠା ମାନସି – ଉପାସ କରସି, ସକାଳୁ ଉଠି କରି ଭାଗବତ ଆରୁ ହନୁମାନ ଚାଳିଶା ପଢଶି, ସାଧୁ ବୈଷ୍ଣବ ଦେଖଲେ ତାଙ୍କର ସେବା କରସି – ଜେଜେମା ହେଟା ଦେଖି କରି ଖୁଶ ନ – ପରଦୀପ କେ ତାର ଚାହେଲା ମତେ ଗୁଟେ ସୁନା ପିଲା କରି ଗଢି ଦେଇଛେ | ତାକେ ଆଉ କିଛି ଦରକାର ନାଇଁ ନ |

ପରଦୀପ ଇଟା ବଡ଼ ହେଇ ଗଲା ନ – ବଡ଼ କୁଁପାନି ଥି ଚାକରି ଟେ ପାଇଛେ | ଜେଜେମା ର ଖୁଶି କାଣା ଦେଖବ – ତୁମର ନାତି କେନ ନ ଅଛେ , କାଣା କରୁଛେ ବଲି କିଏ ପଛରେଇ ଦେଲେ – କୁଁପାନି ଚାକରି କରସି ଗୋ’ , ବଡ଼ ଜାଗା ଗୁଟେ ନ ଅଛେ ବଲି କେଡେ ଉସତ ରେ କହେସି | ବାକି ମନ ଭିତରେ ପରଦୀପର କଥା ହେଁତେଇ ହଉଥିସି – କାଣା କଲା ଗା, ଖାନା ପିନା ଠିକ ସେ କରୁଛେ କିନି, ଜରେ ପଡ଼ଲେ କିଏ ଦେଖବା ଗା – ବଲି ସବୁବେଲେ ତାର ମୁଡ଼େ ଚିନ୍ତା ଲାଗି ରହିଥିସି | ପରଦୀପ ଦୁଇ ତିନ ଦିନ ଫୁନ ନାଇଁ କଲେ ଜେଜେମା ଭାତ ନାଇଁ ଖାଏ, ଯେନ୍ତା କରି ହେଲେ ଫୁନ ଲଗେଇ କରାସି |

ଘର କେ ଫୁନ କଲେ ଆବାଜ ରୁ ବାରି ନେସି ଜେଜେମା – ଜରେ ପଡିଚୁ କାଏଁ ରେ ? ପଇସା ପତର ରଖିଛୁ କି ନାଇଁ ? – ଆମକୁ କହେବୁ ତୋର କଥା – ବେଡା ବଗିର ଚୁପ ନାଇଁ ରାହେବୁ, ବୁଝଲୁ? ପରଦୀପ କଥା ଲାଗୁନ ଲାଗୁନ ଚୁପ ହେଇ ଯାଏସି – ମନେ ମନେ ଭାବୁଥିସି – ମତେ କେଭେ ହେଲେ କହେତା ବାବୁରେ ତତେ ସୋର ପଡୁଛେ ବଲି, କି ମୋର ଦିହି ଖରାପ ଅଛେ ବଲି – ଜେଜେମା ଲୁକେଇ ଦେଶି ତାର ହାଲଚାଲ – ଭାଏଲ ମୋର ଦୁଖ ସୁନଲେ ଟେନସନ ରେ ପରଦୀପ ଖାନା ପୀନା ଠିକ ସେ ନାଇଁ କରେଁ  ଆରୁ କାମ ଧାମ ରେ ମନ ନାଇଁ ଦିଏ ବଲି କରି | କିନ୍ତୁ ପରଦୀପର ମନ କେ ଭଲ ଲାଗସି କାଏଁ ?

ପରଦୀପ ଭାବୁଛେ, ଜେଜେମା ବୁଢ଼ୀ ର ଲାଗି କାଣା କରି ପାରଲା ସେ – ଇ କୁଁପାନି ଚାକରି ଥି ସମିଆ ନାଇଁ ଥାଏ ନିଜର ଲାଗି | ଛୁଟି ନେଲେ ବି ହେଇ ତିନ ଚାର ଦିନର ଛୁଟି – ହେଥି ରେ କାଣା ଟା ରହେବା ଆଉ କାଣା ସେବା କରବା ତାର ଜେଜେମା ର ? ପାଖେ ଥିଲେ ଦେଖୁଥିତା, ଜାଣା ବଏଲେ ଆନି ଥୁଇ ଦେଉଥିତା | ଜେଜେମାର ଠିକ କାମ କବାର ନାଇଁ କରି ପାରଲା ବଏସ ରେ ସେ ତାର ଜେଜେମା କେ ସଂଭଲାତା – ଯେନ୍ତା ତାର ଜେଜେମା ବୁଢ଼ୀ ତାହାକେ ସମ୍ଵହଲେଇ ଥିଲା !

ପଢା ପୁଢ଼ୀ କରୁଛେ ପରଦୀପ – ତାର ଘର ପାଖେ ଚାକରି ଟେ ଖୁଜଵା | ଜେଜେମା କେ ପାଖେ ଆନି କରି ରଖବା | ଫେର ଘାଏ ସକାଲୁ ଉଠି କରି ତାର ସଂଗେ ପୂଜା ପାଠ କରି ଲାଗଵା, ତାର ଜେଜେମା ର ଲାଗି ଭୁଜା ଆନି ଦେବା, ତାର ହାତ ଗୋଡ଼ ରଗଡି କି ସୁଏଇ ଦେବା | ଫେର ଘାଏ ତାର ଜେଜେମା ର ସେ ମମତା ଭରା ହସଁ ହସଁ ମୁହୂ ଟିକେ ଦେଖବା – ହେତକି ନ |

ତୋ ଦୁନିଆ ! ( ବିସ୍ତୃତ କବିତା )

ଶାଶ୍ବତରେ……..
ତୋ ଦୁନିଆ ଭାରି ଭଲ
ମୋ ଦୁନିଆଠାରୁ

ତୋ ସଂସାରେ ନାହିଁ
ଅବସାଦ / ବିସାଦ
ଛନ୍ଦ ଓ କପଟ
ତୁ ଜାଣିନୁ ମାୟା ଓ ଯନ୍ତ୍ରଣା
ତୋ ଦୁନିଆରେ ଭରପୁର ଖାଲି
ଆନନ୍ଦ ହିଁ ଆନନ୍ଦ
ଐଶ୍ୱରୀୟ ଚେତନାରେ
ମସଗୁଲ ତୁହି
ହସ ତୋର ଅନୁପମ ଅମୁଲ୍ୟ
ତୋର ନିଦ୍ରାରେ ଗଭୀର ପ୍ରଶାନ୍ତି
ଚିନ୍ତା ଓ ଚେତନାରେ
ଖାଲି ସରଳତା |

କିନ୍ତୁ ଶାଶ୍ବତରେ …..
ମୋ’ ଦୁନିଆ
ପୁରା ଭିନ୍ନ ତୋ ଦୁନିଆଠାରୁ
ଜଟିଳ / ପଂକିଳ ମୋ’ ଜୀବନ
ବିକୃତ ମୋ ଚିନ୍ତା ଓ ଚେତନା
ଯନ୍ତ୍ରଣା ମୋ ଚିର ସହଚର
ହିଂସା /ଦ୍ୱେଷ /କପଟତା ଏବେ ସାଥି ମୋର |

ଶାଶ୍ବତରେ …..
ଫେରି ପାରନ୍ତି କି
ତୋ’ ଦୁନିଆ କୁ ଥରେ
ଲଭି ପାରନ୍ତି କି ପୁଣି
ତୋ ପରି ସ୍ବର୍ଗୀୟ ଆନନ୍ଦ …….

– କବି କୁମାର ଚିନ୍ମୟ

ମା ‘

ମୂଳ ମରାଠୀ – ନାମଦେବ ଢସାଲ
ଓଡ଼ିଆ ରୂପାନ୍ତର – କବି କୁମାର ଚିନ୍ମୟ

ଏଇଥି ପାଇଁ ଦୁଃଖ ଲାଗୁନାଇଁ ଯେ ମାଁ ଚାଲିଗଲା
ସଭିଙ୍କର ମାଁ କେବେ ନ କେବେ ଚାଲିଯାନ୍ତି,
ଏହା ହିଁ ତ ଅପ୍ରିୟ ସତ୍ୟ |
ଅବଶୋଷ ଏଇଥି ପାଇଁ ଯେ, ଅଜ୍ଞାନ ର ଅନ୍ଧାର ଭିତରେ
ସେ ଜୀବନର ମାନେ ଖୋଜି ବସି ଗାଁ ଛାଡିଲା
ଭିଟାମାଟି ଛାଡ଼ିଲା ବେଳେ ନିଜ ମାଁ ର ଶବ ଛାଡ଼ି ପଳାଇ ଆସିଲା
ତା ବାପା ଆଗରୁ ସହର କୁ ଆସି ସାରିଥାଏ
ଜୀବନ ଖୋଜି ଖୋଜି ନୟାନ୍ତ ହୋଇ ସାରିଥାଏ |

ଭରା ଯୌବନ ଧରି ମାଁ ସହରକୁ ଆସେ
କଷ୍ଟ ସହି ସମସ୍ୟାର ମୁକାବିଲା କରେ, ବାସି ରୁଟି ଖାଏ ଖରାକୁ ପିଠି କରି
ତଥାପି ତା ଅଦ୍ଭୁତ ଅନ୍ଵେଷା ଜାରି ରହିଥାଏ
ତା’ର ଯୌବନ ଏମିତି ହିଁ ଝଲସୁ ଥାଏ / ଚମକୁ ଥାଏ ପଙ୍କ ଭିତରେ ପଦୁଅଁ ପରି
ମୋ’ ବାପା ମାଂସ ଦୋକାନର କଂସେଇ ହିଁ ଥିଲା
ଟିକ ଟିକ ହାଣୁଥିଲା ମନ ଓ ଶରୀର
ପ୍ରତି ରାତିରେ ପାଶବିକ ପ୍ରବୃତ୍ତିର ପୁନରାବୃତ୍ତି ହିଁ କରେ |
ରକ୍ତ ରେ ଭିଜି ଭିଜି ସବୁ ସହିଯାଏ ମାଁ |

ସହରର ଗଳି- ଅର୍ଗଳୀରେ ସମସ୍ୟାର ସାମ୍ନା କରି କରି
ବାପାଠୁଁ ଆଗରୁ ମରିଯାଏ ଓ ସଧବାର ସମ୍ମାନ ପାଏ
ବାପା ଏବେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ର ଅପେକ୍ଷ୍ୟାରେ
ମା’ ଆଗରୁ ବାପା ଯଦି ରୋଗାକ୍ରାନ୍ତ ହେଇ ମରି ଯାଇଥାନ୍ତା, ତେବେ…..
ମୋ’ ପାଇଁ ଅନୁଶୋଚନା ହିଁ ନ ଥାନ୍ତା କେବେ !

ଏଇଥିପାଇଁ ଦୁଃଖ ଯେ, ମା’ର ସ୍ବୀକାରୋକ୍ତିରେ ସେ ବି ସାମିଲ ଥିଲା
ଦୁହେଁ ଦରିଦ୍ରତାର ପାଦ ଢାଳି ଲକ୍ଷ୍ମୀପୂଜନ କରି ଦାରିଦ୍ର୍ୟ ବରଣ କଲେ
ପ୍ରତି ଦୀପାବଳି ମୋ ପାଇଁ ଏମିତି ହିଁ ଆସେ ଓ ଯାଏ
ଜୀବନର ଛୋଟ ଛୋଟ ଅଭୀପ୍ସା ରୂପକ ଦୀପ ସବୁ ଲିଭି ସାରି ଥାଏ
ନିଜ ଛୋଟ ଦୁନିଆର ଅର୍ଥ କେବେ ଜାଣିପାରେ ନାହିଁ ମା ମୋର
ଆକାଶ କୁ ହାତ ଟେକି ସେ କହେ – ” ତାର ବିନା ନିର୍ଦେଶରେ ସାଧାରଣ
ଗଛର ପତ୍ର ଟିଏ ବି ହଲେ ନାଇଁ ”

ଏଇଥିପାଇଁ ଦୁଃଖ ଲାଗୁନି ଜେ ମାଁ ଚାଲିଗଲା
ସମସ୍ତଙ୍କ ମାଁ ଦିନେ ନା ଦିନେ ଏମିତି ଚାଲି ଯାଇଥାନ୍ତି
ଯାହା କି କେବେ କଳନା କରି ହୁଏନାହିଁ / ସହି ହୁଏନାହିଁ
ତଥାପି ସହୁଥାଏ ମଣିଷ ସେଇ ଦୁଃଖକୁ ପିଠିରେ ବୋଝେଇ ବୋଝେଇ |

ରୁଗୁଡ଼ି ପଡା

ଲେଖକ – କୁମାର ଶାଶ୍ୱତ

ଘରୁ ଦୂରେ ରହେବାର ଇଟା ଦୁଇ ବଛର ହେଇ ଗଲା ଧରୁନ | ଛୁଟି ଗୁଟେ ନେଇ କରି ଇଟା ମୁଇଁ ଆସିଛେଁ ବଲାଙ୍ଗୀର | ରେଲ ଟେସନ ନୁ ଭାଇ ର ଗାଡି ପଛ ଆଡେ ବସିକରି ମୁଇଁ ପହୁଁଚିଲି ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପ ଛକ ତକ | ରୁଗୁଡ଼ି ପଡା ର ଗଲି ଟା ନାଇଁ ଵଦଲି | ମୋର ସାମନେ ଲମ୍ବି ଯାଇଛେ ରୁଗୁଡ଼ି ପଡ଼ାର ଅଧା ଦରଖଣ୍ଡିଆ ରାସ୍ତା, କାଁ ଭାଁ ଛ ସାତ ଟା ଲୋକ ଦିଶୁଛନ ରାସ୍ତା ରେ | ଛକର ପାନ ଦୁକାନେ ପଡ଼ାର କେତେ ଟା ବଡବଡିଆ ଆସର ଯମେଇଛନ, ଚେସ ଗେମ ଚାଲିଛେ | ଚିନ୍ହା ଲୋକ ଦୁଇ ତିନ ଜନ ମତେ ଦେଖି କି ହାଲ୍କା ହସି ଦେଲେ, ମୁଇଁ ବି ହସା ଟେ ଫିରାଲି | ଭାଇର ମଟର ସାଇକେଲ ରାମ ମନ୍ଦିର ପାର କଲା ବେଲ କେ ପାଖର ଘରର ବଡ଼ମା ଟେ ବାଲକୁନି ନେ ଠିଆ ହେଇଥିଲେ, ମତେ ଦେଖଲେ ଆରୁ ହସଲେ , ଘର ଆଡେ ଆସବ ବଏଲେ | ମୁଇଁ ମୁଡ଼ ନୂଇଁ କରି ଜୁହାର ଟେ କଲି ଆଉ ଆସମୀ ବଏଲି | ଗୁଟେ ଅଜୀବ ମମତା ଟେ ଥିସି ନ, ଇ ପଡ଼ାର ଲୋକ ମାନକର ଡକା ହକା ରେ, ନିଜର ଜାଗା କେ ଆସଲି ବଲି ଗହକି ଲାଗସି |

ଆମର ପଡା ହେନ୍ତା ନ | ସବୁ ପ୍ରକାର ଲୋକ ପାଏବ ଇନ, ପଇସା ଵାଲା ଘର ଭି, ସିଧା ସାଧା ଛୋଟ ଚାକରିଆ ଘର ଭି, ଆଉ ଦୁକାନ ଦେଇଥିବାର ପରିବାର ମାନେ ଭି | ରୁଗୁଡ଼ିପଡ଼ାର ଗଲି ର ଦୁହିଁ ସାଇଡ ରେ ଦେଖବ କେଢେ କେଢେ ଡେଙ୍ଗା ଦୁଇ ତିନ ମହଲା ଘର ଭି, ଆର ଦୁଇ ତିନ ବଖରିଆ ଛପର ଘର ଭି | ଯେ ଘରର ବଖରା ଆଉ ଘରେ ଜମା ହେଇଥିବାର ପଇସା ନୁ ଭି ଆଉ ଗୁଟେ ବଡ଼ ଜିନିଷ ଟେ ଅଛେ, ଜାନା କି ଇ ପଡା କେ ସୁନ୍ଦର ବନାସି | ସେଟା ହଉଛେ – ‘ଭାବ’, ହଁ , ଠିକ ସୁନଲ, ପଡ଼ାର ଲୋକ ମାନକର ଭିତରେ ଥିବାର ଭାବ | ସେ ‘ କକା – ପୁତରା ‘,’ଭଣଜା – ଭାଣଜି ‘ , ‘ ଦାଦା – ବହୁ ‘ ଆଉ ‘ନାନୀ – ବଡ଼ମା’ ଡକା ରେ ଥିବାର ଭାବ ଟା ବଡା ମଧୁର, ଯାହା ବି କହ | ରକତ ସମ୍ପର୍କ ନାଇଁ ଥିଲେ କାନା ହେଲା – ଏନ୍ତା କକା ବବା ଡାକି କରି ତୁମକୁ ଆପନା କରିନେବେ ଇନର ଲୁକେ |

ରୁଗୁଡ଼ି ପଡ଼ାର ଇ ଗଲି ଟା କେତେ ଜିନିଷ ଦେଖିଛେ ସତେ | ଇନ ପାଲା ହେଇଛେ, ଦଣ୍ଡ ନାଚ ହେଇଛେ ରାମ ମନ୍ଦିର ସାମ୍ନା ରେ | ଭାଗବତ ମନ୍ଦିରୁ ଘିଡ଼ି ଘିଡ଼ି କରି ରଥ ଘିଚା ହେଇ କରି ରାମ ମନ୍ଦିର କେ ଆନବାର ବେଲେ ପଡା ‘ଜେ ଜଗନ୍ନାଥ’ ଧୁନି ଆଉ ଘଣ୍ଟ କର୍ତଲ ର ଆବାଜ ରେ ଦୁଲକି ଉଠିଛେ | ନୂଆଖାଇ ବେଲେ ସମଲେଇ ମନ୍ଦିର ର ଲାଗି ନୂଆଖାଇ ଭାର ଆମର ପଡ଼ାରୁ ଯାଇଛେ – ସେତାର ପ୍ରସେସନ ରେ କେତେ ରଙ୍ଗର ପତାକା, କେତେ ଢୋଲ ନିଶାନ, ଆଉ ଘଣ୍ଟ କର୍ତଲ ର ଆୟୋଜନ ହେଇଛେ | ରୁଗୁଡ଼ି ପଡ଼ାର ଦୁର୍ଗା ପୂଜା ମେଢ଼ ତ ଦେଖି ଆଏସନ, ଊଂଝା ପଡ଼ାର ଲୁକେ ଆଉ ଊଂଝା ଗାଁ ମାନକର ଲୁକ ମାନେ| ଦିଆଲି କେ ପଡ଼ାର ପିଲେ ମିଶି ଗୁଲି କରି କେତେ ଝିରଝିରି ଆରୁ ଫଟକା ମାନେ ଫୁଟେଇଛନ, ଉସତ ରେ କେତେ ଡେଗିଛନ, ଆଉ ହୋଲି ରେ ଘର ଘର ବୁଲି କରି ସାଙ୍ଗ ସରସା ଆଉ ପରିବାର କେ ରଙ୍ଗେ ଗୁଦହେଇ ଦେଇଛନ | ଗଣେଶପୂଜା ଆରୁ ଗଜଲକ୍ଷ୍ମୀ ପୂଜା ରେ ରାସ୍ତା ହଳଦୀ ନାରଙ୍ଗୀ ଲିଚୁ ଲାଇଟ ରେ ସଜେଇ ହେଇଛେ ରାତି କେ | ନୂଆ ବଛର ରେ ଯେ ଚକ ଖଡ଼ି ରେ ‘HAPPY NEW YEAR’ ଲେଖି କରି ରାସ୍ତା କେ କାଗଜି ଫୁଲ ରେ ସଜେଇଛନ ପିଲେ|

ମୋର ଛୁଆ ଦିନ ଯାକ ଇ ଗଲି ରେ ଦୌଡ଼ି ଦୌଡ଼ି କଟିଛେ | ଲୁକ ଲୁକାନି, ବିଷ ଅମୃତ, କରେଣ୍ଟ ପାସ, ପିଠୁଁ – ଏନ୍ତା କେତେ ଯେ ଖେଲ ନାଇଁ ଖେଲିଛେନ | ରାମ ମନ୍ଦିର ର ଝୁଲଣ ଯାତ୍ରା ବେଲେ କୀର୍ତନ ରେ କେତେ ନାଚା ଡେଗା, ପ୍ରସାଦ ରେ ଯିଲପି ଖଜା ଜହ ଜହ ନେବାର ଲାଗି କେତେ ଜେ ଭୁରକୁଟି, ପଣା ସଂକ୍ରାନ୍ତି ବେଲେ ଜେ ଗିଲାସ ଭରି ଭରି ବେଲ ପଣା ଦୁଇ ତିନ ଥର ନେବାର ଲାଗି ମାଡ଼, ରଥ ଯାତ୍ରା ରେ ଯେନ ରଥ ଆସିଥିସି, ସେଇ ରଥ ରେ ଚଘା ଉତରା କରି କି କେତେ ପ୍ରକାର ଉତ୍ପାତ – ସବୁ ମନେ ପଡସି | କାର ଘରେ କେବୁଲ ଟିଭି ଲାଗିଥିଲେ ସିନେମା ଆରୁ କାରଟୁନ ଦେଖବାର ଲାଗି ପଡ଼ାର ସବୁ ପିଲା ଧାଇଁ ଯାଉଥିଲୁଁ – କେଭେ ଆମକୁ ମନା ନାଇଁ କରି ଘରକେ ଦେଖି ଯିବାର ଲାଗି | କେଯାନେ କେତେ ଥର ସାଙ୍ଗ ଘର ମାନକେ ଖେଲି ଗଲା ମାଡ଼େ ଯାଇ କି ରହି ଯାଇଛୁ, ଆମକୁ ଖୁଏଇ ପୁଏଇ କରି , ରାଁପି କୁରି କରି ଆମର ଘର ମାନକୁ ପଠା ହେଇଛେ |

ପଡ଼ାର ଲୁକେ ଭେଟ ଘାଟ ପଡୁଥିସନ ନ | କାମ କବାର ସାରି କି ଆସଲେ, କେତେ ବେଲେ ପାର୍କ ଛକେ ତ କେତେ ବେଲେ ଦୁର୍ଗା ମଣ୍ଡପ ପାଖର ଦୁକାନ ନ | ନିଜର ନିଜର କାମ କବାର, ତେଲ ନୁନ ଶାଗ ଉଲି ର ଦର ଦାମ ନୁଁ ନେଇ କରି କେନ ଅଫିସ ରେ କାର କାଏଁ କାଗଜ ପତର ଅଟକି ଯାଇଛେ, ସବୁ ଚର୍ଚା ହେସି | ବିହାଘରିଆ ଦୌଡ଼ା ଧୂପା ହଉ କି କାର ଦିହି ପାହା କଥା ହଉ, ଦରକାର ପଡ଼ଲେ ପଡିସା ଘର ମାନେ ଠିଆ ହେଇ ଆଇସନ, କାଜ କବାର ଉସରେଇ ଲାଗସନ – ନିଜର ପରର ହେତକି ନାଇଁ ଦେଖନ – ଯାହା ହେଲେ ବି ଗୁଟେ ପଡା ପରେ ! କାର ଘରେ ସତ୍ୟ ନାରାୟଣ ପୂଜା ,ତ୍ରିନାଥ ମେଳା କି ସତ୍ସଙ୍ଗ ହେଲେ , ବାକି ଘରର ଝି ବହୁ ମନେ ମୁଡ଼ିଆ ଟେ ମାରି ଜେସନ, ଆଉ କିଏ ତୀର୍ଥ ବାର୍ଥ ରୁ ଫିରଲେ ଭୁଗ ଦିଆ ନିଆ ହେସନ |

ମୁଇଁ ଘରକେ ଆସିଛେନ ବଲି ଜାନଲା କେ, ଆମର ପାଖର ଘରର କେତେ ଜନ ଭେଟି ଆସିଥିଲେ | ଛୁଆ ଥିଲୁ ଯେ ଏନ୍ତା କରୁଥିଲୁ ରେ ବାବୁ, ଏନ୍ତା ହଉଥିଲୁ ,ଇଟା ଖାଉଥିଲୁ ଇଟା ପିନ୍ଧୁଥିଲୁ ବଲି କହେଲେ – ନିଜର ଛୁଆ ଦିନର କଥା ସୋର ପଡି ଗଲେ କେଡେ ଉସତ ନାଇଁ ଲାଗି ଯାଏସି ସତେ ! ତାର ନୁ ଭି ଭଲ ଲାଗସି ଇଟା ଜାନି କରି – କି ମୁଇଁ ଭି ହେତେ ସୋର ନାଇଁ ରଖିଥିମି ଯେତକି ଅନ୍ୟମାନେ ମୋର ଛୁଆ ଦିନ ସୋର ରଖିଛନ | କେନ୍ତା କରି ରହୁଛୁ, କାନା ଖାଉଛୁ , କାନା କରୁଛୁ ବଲି ଘାଏ ବସି କରି ସୁନ ସନ ମୋର ନୁ | ମତେ ଶାଗ ଭଲ ଲାଗସି ବଲି କିଏ ଶାଗ ରାନ୍ଧି କରି ଆଣି ଦେଇଥିସି, ତ କିଏ ମୋର ମନପସନ୍ଦ ର ବଡ଼ି, ତରକାରୀ ଆର ଆମିଲ ଖଟା ଆନି ଦେଇଥିସି |କିଏ ଜେ ମତେ ବେଲ ପଣା ଭଲ ଲାଗସି ବଲି ବେଲ ପଠେଇ ଦେଇଥିସି – ଏତେ ଜିନିଷ ଦେଖି କରି ହିଁ ଘାଏ ଘାଏ ପେଟ ପୁରି ଯାଏସି |

ପାଞ୍ଚ ଦିନ ରହେଲା ପରେ ଛ ନମ୍ବର ଦିନ ରାତି ମୁଇଁ ବାହାରଲି – ଜେ ମନ୍ଦିର ପାଖର ଘରର ବଡ଼ମା ବିସ୍କୁଟ ପାକିଟ ଆଉ ପରଠା ଆଲୁ ଭଜା ଆନି ଦେଇଥିଲେ – ବାଟେ ଖାଇମି ବଲି | ଆଉ ଗୁଟେ କାକି ଜେ ମୁଇଁ ମିଠା ଆଚାର ସଉକି କରସିଂ ବଲି ଗୁଟେ ସିସି ଆଚାର ଦେଇ କରି ଗଲେ | ମୁଇଁ ଗାଡି ରେ ବସି କରି ମନ୍ଦିର ପାର କରବାର ତକ ପଛ କେ ମୁଡି କରି ଦେଖୁ ଥାଏ – ମତେ ଯେନ ଯେନ ମନେ ଭେଟି ଆସିଥିଲେ , ସମସ୍ତେ ଆମର ଘର ବାଟେ ଠିଆ ହେଇ ଥାନ, ଆରୁ କେତେ ଜନ ଜେ ନିଜର ଘରର ବାଲକୁନି ମାନକୁ ଆସି କରି ମତେ ବାଏ କରୁଥାନ | ସେନକେ ପୂହୁଁଚିଲେ ଫୋନ କରବ ବଲି କହୁଥାନ | ଧୀରେ ଧୀରେ ଗାଡି ରୁଗୁଡ଼ି ପରା ଛାଡି କରି ରେଲ ଟେସନ ଆଡକେ ଅମରିଲା |

ପଡ଼ାର ପିଲା କେତେ ଟା,ମୋର ଭାଇ ଆଉ କେତେ ଟା ତାର ସାଙ୍ଗ ମନେ ଜେ ମତେ ରେଲ ଟେସନ କ ଛାଡି ଆଇଛନ |ମୋର ସାମାନ ରଖି ଲାଗୁଛନ – ମୁଇଁ ମନା କଲେ ବି ନାଇଁ ସୁନଵାର | ମତେ ବସାଲେ ଟ୍ରେନ ରେ – ଟିକେ ବେଲ ପରେ ଟ୍ରେନ ଛାଡିଲା | ପଛାଡେ ରହି ଗଲେ ସବୁ ସାଙ୍ଗ ସରସା ଆଉ ରୁଗୁଡ଼ି ପଡା |

ରେଲ ଗାଡିର ଛୁକୁ ଛୁକୁ ଆବାଜ ଭିତରେ ମୁଇଁ ଭାବନା ରେ ଟିକେ ହଜି ଯାଇଛେନ – ଆରୁ କାଣା ହିଁ ଦରକାର ଥିସି ଜୀବନ ରେ ? ଦୁଃଖେ ସୁଖେ ବୁଝି ପାରୁ ଥିଲା ତୀନ ଚାଏର ଝନ ଲୋକବାକ – ରହେବାର ଲାଗି ଜାଗା ଟିକେ – ଖାଏବାର ଆଉ ପିନ୍ଧା ଉଢା ର ଯୁଗାଡ଼ | ଭଲେ ଅତି ସାଧାରନ ଜୀବନ ଟେ ହେଇ ଥାଉ ନି ଯେ, ଚାଏର ଲୁକର ସ୍ନେହ ମମତା ଟିକେ ମିଲି ଗଲେ ହେ ସାଧାରନ ମୁନୁଷ କେ ଭି ରଜା ବାଗିର ଉସତ ଟେ ଲାଗସି | ଭଲେ ପଡ଼ାର ଲୁକମନକର ମୋର ଲାଗି ଭାବ ଟିକେ ଟିକେ ଅଛେ – ବାକି ସେ ଟିକେ ଟିକେ ମିଶି କରି କେତନି କେତେ ହେଇ ଯାଉଛେ – ମୋର ମନ ଟା ପୁରି ଯାଉଛେ | ଇହାଦେ ପରେ ବାହାରିଛେନ ଘରୁ – ଫେର ଭି କେନ୍ତା ଜେ ଟିକେ ଟିକେ ସୋର ପଡୁଛେ ମୋର ରୁଗୁଡ଼ି ପଡା |

 

[ ବି.ଦ୍ର – ଗପରେ କେତେ ଟା ଜିନିଷ ଗପ କେ ମଧୁର କରବାର ଲାଗି ଜୁଡ଼ି ଦେଇଛେନ, ତ ଗପ ଭାବି କରି ପଢ଼ବେ ଆଉ ଭାବ ଟା ବୁଝି ନେବେ  ]

ରାମପାଟ

ଲେଖକ – (ସ୍ବର୍ଗତ) କୁମାର ଚିନ୍ମୟ

କବି କେ ରାଏତ ସାରା ଝୁମରା ନାଇଁ | କବି ଖାଲି ଭାବୁଛେ ରାମର କଥା | କବି ଭାବୁଥିଲା ରାମପାଟ କଲେ କେନ୍ତା ହେତା?

ରାତି ତ’ ଝୁମରା ନାଇଁ – ରାତିର ଚାଏର ବଜାନୁ କବି ଉଠଲା | ଗୁଧା ପୁଧା ସବୁ ସାଏଲା | କବିର ଘର ସାମନେ ରାମ ମନ୍ଦିର | ରାମ ମନ୍ଦିର କେ ଗଲା – ମାହାପୁରୁ କେ ଜୁହାର ଟେ କଲା , ଘରକେ ଫିରଲା | ପାଉଡର, କଜଲ ମାଖଲା, ଜଟା ଜୁଟି ଧଏଲା, ଗଖେ ପଏତାଟେ ହଲଦି ଲଗେଇ କରି ଖଂଦେ ପକାଲା | ଗେରୁଆ ଧୁତି ଆର ଗେରୁଆ ପାଞ୍ଚିଟେ ପିନ୍ଧଲା | ପାଦେ କଠଊ ହଲେ ମାଏଲା | ଧୁନକାଣ୍ଡ ଖଂଦେ ଉଲେଇ ହେଲା | ପିଠିଆଡେ ତୁନିରଥୀ କାଣ୍ଡ ଗୁଡାଦୁ ଭରଲା | ” ଜଏ ଶ୍ରୀରାମ ” ବଏଲା ଆର ଛୁଟଲା ବସଟେନ ଆଡେ | ରୁଡ଼ର ଲାଇଟମାନେ ନାଇଁ ଲିଭିଥାଇ | ଛକେ ଜଇ ଦୁକାନେ ଲୋକମାନେ ଚାହା ପିଉଥିଲେ | କବି ସିଧା ବସଟେନ ଅମରିଲା | କବି ଭାବଲା – ଲୋକମାନେ ତାକେ ଇ ବେସଭୁସନ ଥି ଚିନହିଁ ପାରୁଛନ କି ନାଇଁ | କବି ବିନୋଦର ପାନ ଦୁକାନକେ ଗଲା | ଖଇରିଆ ଭାଙ୍ଗ ଚମନବାହାର ପାନବିଡ଼େ ମାଗଲା | ବିନୋଦ ଚିନହିଁ ନାଇଁ ପାରଲା | ବିନୋଦ ଭାଏଲ ଭାବୁଥିବା ଗିରନାର ଜଙ୍ଗଲୁ ଗୁଟେ ବାବାଜୀଟେ ପଲେଇ ଆଇଛେ କାଁହେଲେ |

କବି ପାନବିଡ଼େ କପଲାଲା | ଇ ସମିଆ ଥି ବସଟେ ଭୁବନେଶରୁ ଆଏଲା | ଗୁଟେ ସୁନ୍ଦରୀ ଧାଁଗରି ଟୁକେଲ ଟେ ବସନୁ ଉତରିଲା | ରିକ୍ସାବାଲା ପୂହେ ଲାଗି ପଡ଼ଲେ ତା’ର ପିଛାଥି | ଟୁକେଲ ଏକଲା ଆଇଥାଏ | ସେ ଟୁକେଲ ରିକ୍ସାପୂଲର ଗୁଟେକେ ବଏଲା – ” ପେଲେସଲାଇନ ଯିବୁ କାଏଁ, କେତେ ଟଙ୍କା ନେବୁ ? ” ରିକ୍ସାପୂଲର ଟୁକେଲର ଗୁଡ଼ୁ ମୁଡ଼ତକ ଦେଖିନେଲା | କବି , ବିନୋଦର ଦୁକାନୂ ସବୁ ଅନୁମାନ କରୁଥାଏ | ରିକ୍ସାପୂଲର ଏତକ ବଏଲା : ” ଟଙ୍କା ଦଶ ଟା ଦେବେ ଆଜ୍ଞା, ବସୁନ ତ’ ! ” ହରବରେ ତରବରେ ଟୁକେଲ ତାର ବେଗମୁନା ଗୁଟକ ଧରିକରି ରିକ୍ସାଥି ଅଚିନ୍ତା ବସି ପଡ଼ଲା | କବି ରିକ୍ସା ଗୁଟେ ଡାକଲା |
ଆର ସେ ଯୁଆନ ଟୁକେଲ ର ରିକ୍ସା କେ ଫଲୋ କରବାର ଲାଗି ରିକ୍ସାପୂଲର କେ କହେଲା |

ଆଘର ରିକ୍ସା ପେଲେସ ତରାକେ ଯାଉଛେ | କବି ଭାବଲା : ” ଦାଲ ମେ କୁଛ କାଲା ହେ | ” ଇଥରକ ଆଘର ରିକ୍ସା ଥମିଗଲା | କବି ତା’ର ରିକ୍ସା ପୂଲର କେ ବଏଲା : ଟିକେ ରହିଯା ରେ ପୁତା , ରଇଥା କାଣା ହଉଛେ ଟିକେ ଦେଖମା | ” ଆଘର ରିକ୍ସା ପୂଲର ନନି କେ ବଲୁଛେ : ” ଊତରୁ ତୋ’ର ଠାନ ଆଏଲା ନ | ତୁଇ ଯେନ ଠିକନା ବତେଇ ଥିଲୁ ହେଟା ସେ ଘର | ଊତରୁ ଗା ନନି | ”

ସେ ଟୁକେଲ କେ ଇ ପହଁ ପହଁନୁ ଝାଲ ଦେଇ ଦେଲା | ସେ ଜାନି ପାଏଲା ଇ ସାଲା ରିକ୍ସାପୂଲର ର ମନର କଥା | ଇତାର ମନେ ପାପ ଅଛେ | ଟୁକେଲ ଡରିକରି ରଡି ଛାଡ଼ଲା – ” ମୋତେ ବଂଚ ହୋ କିଏ ଅଛ | ”

କବି ଇଥର ଆଉ ଡେରି ନାଇଁକଲା | କବି ଭାବଲା, ଆରଟିକେ ଡେରି ହେଲେ କଥା ସରିଯିବା – ଖଏତ ହେଇଯିବା ଯୁଆନ ଟୁକେଲ ଟେ | ରିକ୍ସା ପୂଲର ର ପଛଆଡୁ କଲେ କଲେ ଗଲା | ବଢେ ପଖନ ଗୁଟେ ବେଟଲା | ତା’ର ମୁଡ଼େ ଆଦରି ଦେଲା | ରକତ ଝୋଲ ଝୋଲ – ” ମରିଗଲି ହୋ ବୁଆ ” ବଲିକରି ରିକ୍ସା ପୂଲର ତଲେ ପଡିଗଲା |

ଯେନ ରିକ୍ସା ଥି କବି ଆଇଥିଲା, ସେ ରିକ୍ସା ଥି ସେ ଯୁଆନ ଟୁକେଲ କେ ବସାଲା | ଟୁକେଲ ତେତେଲ ପତର ବାଗିର ଥରୁଥାଏ | ଟୁକେଲ କବି କେ ଆବାକାବା ହେଇ କରି ଦେଖଲା | ଆଇକରି ଢ଼ୋ କରି ମୁଡ଼ିଆ ଗୁଟେ ମାଏଲା କବି କେ, ଆର ବଏଲା : ” ମାହାପୁରୁ ତୁମେ ଯିଏ ବି ହ, ମୋର ଇଜତ ବଞ୍ଚାଲ, ତୁମେ ହିଁ ମୋର ରାମ | ”

କବି ଟୁକେଲ କେ ତା’ର ସାଙ୍ଗେ ରିକ୍ସା ଥି ବସାଲା | ତା’ର ଠିକନା ଥି ଟୁକେଲ କେ ଛାଡ଼ି ଦେଲା | ଉତରିଲା ବେଲକେ ଟୁକେଲ ବଏଲା : ” ମାହାପୁରୁ, ତୁମର ଠିକନା କାଣା? ତୁମକୁ ଖୁଜଲେ କେନ ପାଏମି ପ୍ରଭୁ ? ”

କବି ବଏଲା : ” ମୁଇଁ ସବୁନ ଅଛେ – ତୋର ଦରକାର ବେଲକେ ସୋର କରବୁ ନନି, ମୁଇଁ ପୂହୁଁଚି ଜିମି ଜେ….”

ଯୁଆନ ଟୁକେଲ – ଜଵାନୀ ଫାଟି ପଡୁଛେ – ଦେଖୁଛେ କବି କେ, ଏନତା ମରଦଟେ ମିଲତା କାଏଁ ? ହେଲେ କବି ତ ରାମ ଆଏ |

” ଜଏ ଶ୍ରୀରାମ ” ବଲିକରି ଟୁକେଲ କେ ଛାଡ଼ି ଦେଇକରି କବି ବସଟେନ କେ ଆଏଲା | ସକାଲର ସାତ ବାଜିଥାଏ | ସାମ୍ବାଦିକ ମାନେ କବି କେ ଦେଖିକରି ହଁସଲେ | ତାକର ତାକର କଥା ହଉଥାନ | ଇଟା ପାଗଲ ଗୁଟେ | ଫେନ କେନୁ ପଲେଇ ଆଏଲା – ମଠଖାଇ ଡ଼ଙ୍ଗର ନୁ ନାଇଁ ଆସି ତ ?

କବି ସମକୁ ଚିନହୁଥାଏ, ହେଲେ ତାହାକେ ସଭେ ବହୁରୂପୀ ଟେ ବଲୁଥାନ | ବଲାଙ୍ଗୀର ସହର ର ଚାରିଖୁତୀ ବୁଲିକରି ଘରକେ ଫିରି ଆଏଲା କବି |

ଜଟାଜୁଟି ଉତରେଇ ଦେଲା – ଧୁନକାଣ୍ଡ ହଟେଇ ଦେଲା – କଠଉ ଖୁଲି ପକାଲା | ଗେରୁଆ କପଡା ବି ଉତରେଇ ଦେଲା | କଜଲ, ପାଉଡ଼ର ପୁଛି ଦେଲା |

କବିର ମାଁ ପଚରାଲା – କାହିଁ ଯାଇଥିଲୁ ରେ ପୁତା ଇ ସଖାଲୁ ସଖାଲୁ ? କବି ବଏଲା – ” ରାମପାଟ “ କରି|