ରାମପାଟ

ଲେଖକ – (ସ୍ବର୍ଗତ) କୁମାର ଚିନ୍ମୟ

କବି କେ ରାଏତ ସାରା ଝୁମରା ନାଇଁ | କବି ଖାଲି ଭାବୁଛେ ରାମର କଥା | କବି ଭାବୁଥିଲା ରାମପାଟ କଲେ କେନ୍ତା ହେତା?

ରାତି ତ’ ଝୁମରା ନାଇଁ – ରାତିର ଚାଏର ବଜାନୁ କବି ଉଠଲା | ଗୁଧା ପୁଧା ସବୁ ସାଏଲା | କବିର ଘର ସାମନେ ରାମ ମନ୍ଦିର | ରାମ ମନ୍ଦିର କେ ଗଲା – ମାହାପୁରୁ କେ ଜୁହାର ଟେ କଲା , ଘରକେ ଫିରଲା | ପାଉଡର, କଜଲ ମାଖଲା, ଜଟା ଜୁଟି ଧଏଲା, ଗଖେ ପଏତାଟେ ହଲଦି ଲଗେଇ କରି ଖଂଦେ ପକାଲା | ଗେରୁଆ ଧୁତି ଆର ଗେରୁଆ ପାଞ୍ଚିଟେ ପିନ୍ଧଲା | ପାଦେ କଠଊ ହଲେ ମାଏଲା | ଧୁନକାଣ୍ଡ ଖଂଦେ ଉଲେଇ ହେଲା | ପିଠିଆଡେ ତୁନିରଥୀ କାଣ୍ଡ ଗୁଡାଦୁ ଭରଲା | ” ଜଏ ଶ୍ରୀରାମ ” ବଏଲା ଆର ଛୁଟଲା ବସଟେନ ଆଡେ | ରୁଡ଼ର ଲାଇଟମାନେ ନାଇଁ ଲିଭିଥାଇ | ଛକେ ଜଇ ଦୁକାନେ ଲୋକମାନେ ଚାହା ପିଉଥିଲେ | କବି ସିଧା ବସଟେନ ଅମରିଲା | କବି ଭାବଲା – ଲୋକମାନେ ତାକେ ଇ ବେସଭୁସନ ଥି ଚିନହିଁ ପାରୁଛନ କି ନାଇଁ | କବି ବିନୋଦର ପାନ ଦୁକାନକେ ଗଲା | ଖଇରିଆ ଭାଙ୍ଗ ଚମନବାହାର ପାନବିଡ଼େ ମାଗଲା | ବିନୋଦ ଚିନହିଁ ନାଇଁ ପାରଲା | ବିନୋଦ ଭାଏଲ ଭାବୁଥିବା ଗିରନାର ଜଙ୍ଗଲୁ ଗୁଟେ ବାବାଜୀଟେ ପଲେଇ ଆଇଛେ କାଁହେଲେ |

କବି ପାନବିଡ଼େ କପଲାଲା | ଇ ସମିଆ ଥି ବସଟେ ଭୁବନେଶରୁ ଆଏଲା | ଗୁଟେ ସୁନ୍ଦରୀ ଧାଁଗରି ଟୁକେଲ ଟେ ବସନୁ ଉତରିଲା | ରିକ୍ସାବାଲା ପୂହେ ଲାଗି ପଡ଼ଲେ ତା’ର ପିଛାଥି | ଟୁକେଲ ଏକଲା ଆଇଥାଏ | ସେ ଟୁକେଲ ରିକ୍ସାପୂଲର ଗୁଟେକେ ବଏଲା – ” ପେଲେସଲାଇନ ଯିବୁ କାଏଁ, କେତେ ଟଙ୍କା ନେବୁ ? ” ରିକ୍ସାପୂଲର ଟୁକେଲର ଗୁଡ଼ୁ ମୁଡ଼ତକ ଦେଖିନେଲା | କବି , ବିନୋଦର ଦୁକାନୂ ସବୁ ଅନୁମାନ କରୁଥାଏ | ରିକ୍ସାପୂଲର ଏତକ ବଏଲା : ” ଟଙ୍କା ଦଶ ଟା ଦେବେ ଆଜ୍ଞା, ବସୁନ ତ’ ! ” ହରବରେ ତରବରେ ଟୁକେଲ ତାର ବେଗମୁନା ଗୁଟକ ଧରିକରି ରିକ୍ସାଥି ଅଚିନ୍ତା ବସି ପଡ଼ଲା | କବି ରିକ୍ସା ଗୁଟେ ଡାକଲା |
ଆର ସେ ଯୁଆନ ଟୁକେଲ ର ରିକ୍ସା କେ ଫଲୋ କରବାର ଲାଗି ରିକ୍ସାପୂଲର କେ କହେଲା |

ଆଘର ରିକ୍ସା ପେଲେସ ତରାକେ ଯାଉଛେ | କବି ଭାବଲା : ” ଦାଲ ମେ କୁଛ କାଲା ହେ | ” ଇଥରକ ଆଘର ରିକ୍ସା ଥମିଗଲା | କବି ତା’ର ରିକ୍ସା ପୂଲର କେ ବଏଲା : ଟିକେ ରହିଯା ରେ ପୁତା , ରଇଥା କାଣା ହଉଛେ ଟିକେ ଦେଖମା | ” ଆଘର ରିକ୍ସା ପୂଲର ନନି କେ ବଲୁଛେ : ” ଊତରୁ ତୋ’ର ଠାନ ଆଏଲା ନ | ତୁଇ ଯେନ ଠିକନା ବତେଇ ଥିଲୁ ହେଟା ସେ ଘର | ଊତରୁ ଗା ନନି | ”

ସେ ଟୁକେଲ କେ ଇ ପହଁ ପହଁନୁ ଝାଲ ଦେଇ ଦେଲା | ସେ ଜାନି ପାଏଲା ଇ ସାଲା ରିକ୍ସାପୂଲର ର ମନର କଥା | ଇତାର ମନେ ପାପ ଅଛେ | ଟୁକେଲ ଡରିକରି ରଡି ଛାଡ଼ଲା – ” ମୋତେ ବଂଚ ହୋ କିଏ ଅଛ | ”

କବି ଇଥର ଆଉ ଡେରି ନାଇଁକଲା | କବି ଭାବଲା, ଆରଟିକେ ଡେରି ହେଲେ କଥା ସରିଯିବା – ଖଏତ ହେଇଯିବା ଯୁଆନ ଟୁକେଲ ଟେ | ରିକ୍ସା ପୂଲର ର ପଛଆଡୁ କଲେ କଲେ ଗଲା | ବଢେ ପଖନ ଗୁଟେ ବେଟଲା | ତା’ର ମୁଡ଼େ ଆଦରି ଦେଲା | ରକତ ଝୋଲ ଝୋଲ – ” ମରିଗଲି ହୋ ବୁଆ ” ବଲିକରି ରିକ୍ସା ପୂଲର ତଲେ ପଡିଗଲା |

ଯେନ ରିକ୍ସା ଥି କବି ଆଇଥିଲା, ସେ ରିକ୍ସା ଥି ସେ ଯୁଆନ ଟୁକେଲ କେ ବସାଲା | ଟୁକେଲ ତେତେଲ ପତର ବାଗିର ଥରୁଥାଏ | ଟୁକେଲ କବି କେ ଆବାକାବା ହେଇ କରି ଦେଖଲା | ଆଇକରି ଢ଼ୋ କରି ମୁଡ଼ିଆ ଗୁଟେ ମାଏଲା କବି କେ, ଆର ବଏଲା : ” ମାହାପୁରୁ ତୁମେ ଯିଏ ବି ହ, ମୋର ଇଜତ ବଞ୍ଚାଲ, ତୁମେ ହିଁ ମୋର ରାମ | ”

କବି ଟୁକେଲ କେ ତା’ର ସାଙ୍ଗେ ରିକ୍ସା ଥି ବସାଲା | ତା’ର ଠିକନା ଥି ଟୁକେଲ କେ ଛାଡ଼ି ଦେଲା | ଉତରିଲା ବେଲକେ ଟୁକେଲ ବଏଲା : ” ମାହାପୁରୁ, ତୁମର ଠିକନା କାଣା? ତୁମକୁ ଖୁଜଲେ କେନ ପାଏମି ପ୍ରଭୁ ? ”

କବି ବଏଲା : ” ମୁଇଁ ସବୁନ ଅଛେ – ତୋର ଦରକାର ବେଲକେ ସୋର କରବୁ ନନି, ମୁଇଁ ପୂହୁଁଚି ଜିମି ଜେ….”

ଯୁଆନ ଟୁକେଲ – ଜଵାନୀ ଫାଟି ପଡୁଛେ – ଦେଖୁଛେ କବି କେ, ଏନତା ମରଦଟେ ମିଲତା କାଏଁ ? ହେଲେ କବି ତ ରାମ ଆଏ |

” ଜଏ ଶ୍ରୀରାମ ” ବଲିକରି ଟୁକେଲ କେ ଛାଡ଼ି ଦେଇକରି କବି ବସଟେନ କେ ଆଏଲା | ସକାଲର ସାତ ବାଜିଥାଏ | ସାମ୍ବାଦିକ ମାନେ କବି କେ ଦେଖିକରି ହଁସଲେ | ତାକର ତାକର କଥା ହଉଥାନ | ଇଟା ପାଗଲ ଗୁଟେ | ଫେନ କେନୁ ପଲେଇ ଆଏଲା – ମଠଖାଇ ଡ଼ଙ୍ଗର ନୁ ନାଇଁ ଆସି ତ ?

କବି ସମକୁ ଚିନହୁଥାଏ, ହେଲେ ତାହାକେ ସଭେ ବହୁରୂପୀ ଟେ ବଲୁଥାନ | ବଲାଙ୍ଗୀର ସହର ର ଚାରିଖୁତୀ ବୁଲିକରି ଘରକେ ଫିରି ଆଏଲା କବି |

ଜଟାଜୁଟି ଉତରେଇ ଦେଲା – ଧୁନକାଣ୍ଡ ହଟେଇ ଦେଲା – କଠଉ ଖୁଲି ପକାଲା | ଗେରୁଆ କପଡା ବି ଉତରେଇ ଦେଲା | କଜଲ, ପାଉଡ଼ର ପୁଛି ଦେଲା |

କବିର ମାଁ ପଚରାଲା – କାହିଁ ଯାଇଥିଲୁ ରେ ପୁତା ଇ ସଖାଲୁ ସଖାଲୁ ? କବି ବଏଲା – ” ରାମପାଟ “ କରି|

 

Advertisements

Author: skpujari

dreamer, sentimental, creative.

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s