କବିଙ୍କ ବାବଦରେ କିଛି

କବି କୁମାର ଚିନ୍ମୟ
କବି କୁମାର ଚିନ୍ମୟ

ପୂର୍ବ ପୀଢ଼ି ର କବିତା କ୍ଷେତ୍ର କୁ ଧସେଇ ପଶିଲେ, ତନ୍ନ ତନ୍ନ କରି ଖୀନ ଭିନ କଲେ , ଶ୍ରୀ ଚିନ୍ମୟ କୁମାର  ( ପୂର୍ଣ୍ଣ ନାମ – ଚିନ୍ମୟ କୁମାର ପୂଜାରୀ ) ଯୁବ ଚେତନାର , ଏକ ଯନ୍ତ୍ରଣା ଦଗ୍ଧ ଚିର ପରିଚିତ ମୁହଁ ରୂପେ ସାମ୍ନା କୁ ଆସିବେ | ସୃଜନୀ ର ପ୍ରତିଭାଧର ହେବେ | ଭାବମୟ ଭାଷା , ସରଳ ଶବ୍ଦ ସଂଯୋଜନା ସହ ଜୀବନର ପ୍ରତିଟି ମୁହୁର୍ତରେ ଉପଲବ୍ଧି କବିଙ୍କ କାବ୍ୟ ଚେତନାର ବାର୍ତ୍ତାବହ | ଜୀବନ ଯନ୍ତ୍ରଣା ଯେମିତି ଚିନ୍ମୟଙ୍କ ଭାବ ପରିଧି ସହ ଚିରକାଳ ଜଡିତ |

କବିଙ୍କର ଜନ୍ମ ତା ୩୧-୭-୧୯୬୩ (ବୁଧବାର) ବଲାଙ୍ଗୀରର ରୁଗୁଡ଼ିପଡ଼ାରେ | ତାଙ୍କ ପିତା (ସ୍ବର୍ଗତ) ନିରଞ୍ଜନ ପ୍ରସାଦ ପୂଜାରୀ ଓ ମାତା ଶ୍ରୀମତୀ ବାସନ୍ତୀ ଦେବୀ |କବି ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିଲେ , ଏବଂ ନିଜର ଖାଲି ସମୟ କୁ ଗଳ୍ପ-କବିତାଦି ରଚନା ଓ ସାହିତ୍ୟ ଚର୍ଚା ରେ ନିବେଶ କରୁଥିଲେ | ଦୀର୍ଘ ୫୦ ବର୍ଷ ଆମ ଗହଣ ରେ ବିତେଇବା ପରେ କବି ଛାଡି ଯାଇଛନ୍ତି ତାଙ୍କ ଦୁଇଟି ସୁପୁତ୍ର ଶ୍ରୀମାନ ଶାଶ୍ୱତ କୁମାର ଏବଂ ଶ୍ରୀମାନ ସୁବ୍ରତ କୁମାର ଙ୍କୁ ପତ୍ନୀ ଶ୍ରୀମତୀ ଶିଖାରାଣୀ ପୂଜାରୀ ଙ୍କ ଜିମା ରେ|

ସେ ଜଣେ ସଫଳ ଗାଳ୍ପିକ / ସମାଲୋଚକ ଭାବରେ ଦୈନିକ ମାସିକ ପତ୍ରପତ୍ରିକା ଗୁଡିକ ରେ ଆସନ ଜମେଇ ପାରି ଥିଲେ |ସେ ଜିଲ୍ଲା ଲେଖକ ପରିଷଦ ରେ ଭାଗ ଗ୍ରହଣ କରି ଜିଲ୍ଲା ସ୍ତରରେ କୋଶଲି ସାହିତ୍ୟ ଓ ସଂସ୍କୃତି ର ବିକାଶ ପାଇଁ ପଦକ୍ଷେପ ନେଇ ଥିଲେ | କବି ‘ବ୍ୟତିକ୍ରମ’ ନାମକ ଏକ ସାହିତ୍ୟ ପତ୍ରିକା ର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ଥିଲେ | କବିଙ୍କର ରଚିତ ‘ଯେବେ ମୁଁ ଏକା ହୋଇଯିବି’ , ‘ଲୁହ’, ‘ଅନନ୍ତ ଉଡାଣ’ ଏବଂ କୋଶଲି ଗଳ୍ପ ସଂକଳନ ‘କଥାନି’ ପାଠକ ମାନଙ୍କ ମଧ୍ୟ ରେ ଖୁବ ଚର୍ଚିତ |

” ସବୁଠାରୁ ବଡ କଥା ଏଇଯେ, ମୋର ସମସ୍ତ ଗଳ୍ପଗୁଡିକ, ଏଇ ମାଟିର ବିଶିଷ୍ଟ ଦାର୍ଶନିକ, ସାହିତ୍ୟିକ ବେଦବିଦ୍ୱାନ ସ୍ବର୍ଗତ ବ୍ରଜବିହାରୀ ପଢ଼ିଛନ୍ତି ଓ ପଢି ସାରିଲାପରେ ମନ୍ତବ୍ୟ ସ୍ୱରୂପ ଏକ ଆପ୍ତବାଣୀ ପ୍ରଦାନ କରିଛନ୍ତି | ମୋର ହୃଦୟ କନ୍ଦରରୁ ପ୍ରଣାମ ଏଇ ମନୀଷୀ “ବ୍ରଜବିହାରୀ” ଙ୍କ ଅମର ଆତ୍ମାକୁ | ”  – କବି କୁମାର ଚିନ୍ମୟ

କବିଙ୍କ ପୁସ୍ତକ ସମୂହ (ଚିତ୍ର ମାଧ୍ୟମରେ) :

ଅନନ୍ତ ଉଡାଣ
ଅନନ୍ତ ଉଡାଣ
ଲୁହ
ଲୁହ
ଯେବେ ମୁଁ ଏକା ହୋଇଯିବି
ଯେବେ ମୁଁ ଏକା ହୋଇଯିବି
କଥାନି ୧
କଥାନି ୧
କଥାନି ୨
କଥାନି ୨
ବ୍ୟତିକ୍ରମ
ବ୍ୟତିକ୍ରମ
ତାସା
ତାସା
Advertisements